ନାବାଳିକା କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ଭଦ୍ରା ଗାଁର ଜଣେ ନାବାଳିକା କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ଖିଲେଶ୍ୱରି ଭୋଇ(୧୭) । ଖିଲେଶ୍ୱରୀ ଆଜି ସକାଳୁ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଖିଲେଶ୍ୱରୀ ଭୋଇ ଦେଓଗାଁ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ଭାବେ ପାଠ ପଢ଼ୁଥିଲେ । ଆଜି ଦ୍ୱିିପ୍ରହରରେ ଖିଲେଶ୍ୱରୀ ଘର ଭିତରକୁ ପଶି ଭିତର ଆଡୁ କବାଟ ବନ୍ଦ କରି ଦେଇଥିଲେ । ଅଧିକ ସମୟ ପର୍ଯ୍ୟନ୍ତ ଖିଲେଶ୍ୱରୀ ଘରୁ ନ ବାହାରିବାରୁ ପରିବାର ଲୋକେ କବାଟ ପିଟି ଡାକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖୋଲି ନଥିଲେ । ପରେ କବାଟ ଭାଙ୍ଗିବାରୁ ଏକ ପଙ୍ଖାରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପଙ୍ଖାରୁ ଓହ୍ଲାଇ ପରିବାର ଲୋକେ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବୋଲି କହୁଥିବାବେଳେ ବେକରେ ଏକ ଚିହ୍ନ ଥିବାରୁ ଆତ୍ମହତ୍ୟା ବୋଲି ଜଣାପଡୁଛି । କିନ୍ତୁ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।