ପଦ୍ମପୁର ଉପନିର୍ବାଚନ: ଷ୍ଟାର ପ୍ରଚାରକ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡି ପରେ କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ୪୦ଜଣଙ୍କୁ ସାମିଲ କରାଯାଇଛି । ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ସୁର ରାଉତରାୟ ସାମିଲ କରାଯାଇଛି । କିନ୍ତୁ ଏହି ତାଲିକାରେ ବିଧାୟକ ମହମ୍ମଦ ମୋକିମଙ୍କୁ ସ୍ଥାନ ମିଳିନାହିଁ ।