ପରଲୋକରେ ସୁପ୍ରସିଦ୍ଧ ଅଭିନେତ୍ରୀ ତବସୁମ

ମୁମ୍ବାଇ: ବଲିଉଡର ସୁପ୍ରସିଦ୍ଧ ଅଭିନେତ୍ରୀ ତବସୁମ ଗୋବିଲଙ୍କ ପରଲୋକ ଘଟିଛି । ଗତକାଲି ରାତିରେ ତବସୁମ ହୃଦଘାତର ଶିକାର ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତବସୁମଙ୍କ ବିୟୋଗରେ ନଭେମ୍ବର ୨୧ରେ ଆର୍ଯ୍ୟ ସମାଜ, ଲିଙ୍କିଙ୍ଗ ରୋଡ ଓ ସାନ୍ତାକ୍ରୁଜରେ ପ୍ରାର୍ଥନା ସଭା ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ତବସୁମ ତାଙ୍କ ଫିଲ୍ମ କ୍ୟାରିୟର ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ । ସେ ତାଙ୍କ ଶୋ’ ‘ଫୁଲ ଖିଲେ ହେଁ ଗୁଲଶନ ଗୁଲଶନ’ ପାଇଁ ଲୋକପ୍ରିୟ ଥିଲେ । ତବସୁମ ଫିଲ୍ମ, ଟିଭି, ରେଡିଓ ଓ ୱେବ ୪ଟି ମାଧ୍ୟମରେ କାମ କରିଛନ୍ତି । ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଖୁବ୍ ସକ୍ରିୟ ଥିଲେ ।