ଜନଜାତି ସ୍କୁଲ ପରିଦର୍ଶନ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ନିକଟସ୍ଥ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବାଳିକା ହାଇସ୍କୁଲକୁ ଆଜି ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ପରିଦର୍ଶନ କରିଥିଲେ। ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପରେ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାକୁ ବିଦ୍ୟୁତଲତା ଦେଇ ପରିଚାଳନା କରିଥିବା ବେଳେ ମନ୍ତ୍ରୀ ଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ବିଜେଡି ନେତା ପ୍ରମୋଦ ପ୍ରଧାନ, ଶିକ୍ଷୟିତ୍ରୀ ସଙ୍ଗୀତା ରଥ, ଜୟନ୍ତୀ ସାହୁ, ସନ୍ଧ୍ୟାରାଣୀ ଗହୀର, ନମିତା ମେହେର, ଗୋପାଳ ଧରୁଆ, ଶ୍ରୀ ଲତା ମିଶ୍ର, ପ୍ରତ୍ୟାସିନି ବାଗ, ସୁହା ସିନି ମିଶ୍ର, ଅନ୍ନପୁର୍ଣ୍ଣା ମାଝୀ, କଳ୍ପନା ପାଣିଗ୍ରାହୀ, ବେଣୁଧର ଧରୁଆ, ବିଜୟ ଲକ୍ଷ୍ମୀ ଦାସ, ନିହାର ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।