ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ ପରିବାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧାରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଜି ରାତିରେ ପ୍ରଭାତଙ୍କ ସ୍ତ୍ରୀ ଚିନ୍ମୟୀ ରଣା ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା । ତେବେ ଗ୍ରାମର କିଛି ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣାରୁ ପାରିବାର ଲୋକେ ବର୍ତ୍ତି ଯାଇଛନ୍ତି। ଟାଙ୍କିଟି ହୁ ହୁ ହୋଇ ଜଳୁଥିବା ସମୟରେ ଯୁବ ସାମ୍ବାଦିକ ଅଞ୍ଜନ ରଣା, ସଦାନନ୍ଦ ପାଣି ଗ୍ରାହୀ, ବସନ୍ତ ମିଶ୍ର, ଧୀରେନ ଚକ୍ର ରୋଷେଇ ଘର ଭିତରୁ ଟାଙ୍କିକୁ ବାହାରକୁ ଆଣି ପାଣିଢାଳି ଲିଭାଇଥିଲେ। ଯୁବକଙ୍କ ସାହସିକତା ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ପରିବାର ଲୋକେ ରକ୍ଷା ପାଇଯାଇଥିଲେ।