ଦେଓଗାଁ ବ୍ଲକର ୨ଟି ହାଇସ୍କୁଲ ପରିଦର୍ଶନ କଲେ ଶିକ୍ଷାମନ୍ତ୍ରୀ

ଦେଓଗାଁ ,ଏନ୍ଏନ୍ଏସ୍ : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଦେଓଗାଁ ବ୍ଲକ ପହଞ୍ଚି ୨ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି। ପ୍ରଥମେ ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପହଞ୍ଚି ସେଠାରେ ପାଠପଢ଼ା କେମିତି ଚାଲିଛି ଛାତ୍ରଛାତ୍ରୀଙ୍କୁ ପଚାରିବା ସହ ରବିବାର ଦିନ ସ୍କୁଲ ଖୋଲିବା କି ନାହିଁ ସେବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। ପରେ ରବିବାର ବି ସ୍କୁଲ ଖୋଲାଯାଉ ବୋଲି ଛାତ୍ରଛାତ୍ରୀ ଉତ୍ତର ଦେଇଥିଲେ। ସେହିପରି କୁତୁର୍ଲା ସୁରଧନୁ ଉଚ୍ଚ ବିଦ୍ୟାଳୟକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ସ୍କୁଲକୁ ମାସ୍କ ପିନ୍ଧି ଆସୁଥିବାବେଳେ ପରିଦର୍ଶନ ସମୟରେ ମନ୍ତ୍ରୀ ମାକ୍ସ ପିନ୍ଧିନଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।