ପାକିସ୍ତାନର ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଆମେ ପ୍ରସ୍ତୁତ : ସେନାମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବାଣେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଭାରତର ନୀତି ସମ୍ବନ୍ଧରେ ପୁଣିଥରେ ସ୍ପଷ୍ଟ କରି ଦେଇଛନ୍ତି। ନରବାଣେ କହିଛନ୍ତି ଯେ, ପାକିସ୍ତାନ ଲଗାତର ଭାବେ ନିଜ ଷ୍ଟେଟ ପଲିସି ମାଧ୍ୟମରେ ଆତଙ୍କବାଦକୁ ପ୍ରଶୟ ଦେଉଛି। କିନ୍ତୁ ଆମେ ସେମାନଙ୍କ କୌଣସି ପ୍ରକାର ଆତଙ୍କବାଦ ଉଦ୍ଦେଶ୍ୟକୁ ସହ୍ୟ କରିବୁ ନାହିଁ। ଆମେ ଠିକ୍ ସମୟରେ ଓ ଠିକ୍ ସ୍ଥାନରେ ସେମାନଙ୍କୁ କଡ଼ା ଜବାବ ଦେବୁ।

ପାକିସ୍ତାନ ସମେତ ଚୀନକୁ ମଧ୍ୟ ସେନାମୁଖ୍ୟ ନରବାଣେ ଟାର୍ଗେଟ କରିଛନ୍ତି। ଆମେ କେବଳ ଲଦାଖ ନୁହେଁ ସବୁ ବୋର୍ଡର ଉପରେ ନଜର ରଖିଛୁ। ଆମେ ସମସ୍ତ ପରିସ୍ଥିତି ସାମ୍ନା କରିବା ପାଇଁ ଏମଦମ୍ ପ୍ରସ୍ତୁତ ରହିଛୁ। ଚୀନ ସହିତ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ସରିଛି ଆଗକୁ ନବମ ପର୍ଯ୍ୟାୟ ଆଲୋଚନା ହେବ। ଆଶା କରୁଛୁ କି ଏହି ଆଲୋଚନାରେ କୌଣସି ସୁଫଳ ମିଳିବ। ଆଲୋଚନାରୁ ସମସ୍ୟାସର ସମାଧାନ ହେବ ବୋଲି ଆଶା ରଖିଛୁ ବୋଲି ନରବାଣେ କହିଛନ୍ତି।