ସଇଁନ୍ତଲା,ଏନ୍ଏନ୍ଏସ୍: ଟିଟଲାଗଡ଼ ବିଧାୟିକା ତଥା ଟୁକୁନି ସାହୁଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କିନ୍ତୁ ସମ୍ମାନିତ ଅତିଥିଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓଙ୍କ ନାମ ରହିଥିବାବେଳେ କାହିଁକି ଡକାଗଲା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି । ମନ୍ତ୍ରୀ ନିଜ ଦଳୀୟ କର୍ମୀଙ୍କୁ ନା ଠିକାଦାରଙ୍କୁୁ ପୋଷିବା ଲାଗି ଏଭଳି ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁର ଅଭିଯୋଗ କରିଛନ୍ତି । ଉକ୍ତ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ନେଇ ସମସ୍ୟା ଦେଖା ଦେଉଥିବାବେଳେ ନିଯୁକ୍ତି ପାଇଁ ମନ୍ତ୍ରୀଙ୍କର ନିଘା ନାହିଁ । କିନ୍ତୁ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କାହିଁକି ମନ୍ତ୍ରୀଙ୍କ ତତ୍ପର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।