ଜୁନ୍ ୧୨ରେ ବିଜେପି ବିରୋଧୀ ଦଳର ବୈଠକ

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ପୁଣିଥରେ ଏକତ୍ରିତ ହେବାର ଦେଖିବାକୁ ମିଳିବ । ବିଜେପିକୁ ଶାସନ ଗାଦିରୁ ହଟାଇବାକୁ ଚାହୁଁଥିବା ଦଳ ପାଟଣାରେ ଏକ ବୈଠକ କରିବେ । ଜୁନ୍ ୧୨ରେ ଜେଡିୟୁ ଏହି ବୈଠକ ଡକାଇଥିବାବେଳେ ୨୪ ବିରୋଧୀ ଦଳ ସାମିଲ ହେବାର ସମ୍ଭାବନା ରହିଛି ।

ଜେଡିୟୁ ନେତା କହିଛନ୍ତି ଯେ, ବିଭିନ୍ନ ଦଳ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଏନେଇ ଜେଡିୟୁ ୧୮ ଦଳ ସହ ଆଲୋଚନା କରି ସାରିଥିବା ପରେ ବାକି ୬ ଦଳ ସହ ଆଲୋଚନା କିଛିଦିନ ମଧ୍ୟରେ ହୋଇଯିବ ।