Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ହୃଷୀକେଶ ଜାଲିଙ୍କ ସଭାପତିତ୍ୱ ଓ ଅଧ୍ୟାପକ ନୋଡାଲ ଅଫିସର ବିରାଟ କିଶୋର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାସ, ମୁଖ୍ୟବକ୍ତା ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ପରିଡ଼ା, ସମ୍ମାନିତ ଅତିଥିଭାବେ ଆଇନଜୀବୀ ବୃନ୍ଦାବନ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟଅତିଥି ଶ୍ରୀ ସାରକା ଓ ଶ୍ରୀ ଦାସ ଓଡ଼ିଶା ନିର୍ମାଣରେ ଯୁବବର୍ଗଙ୍କ ବିଭିନ୍ନ କ୍ଷେତ୍ରରେ ଭୂମିକାକୁ ମୁଖ୍ୟମନ୍ତ୍ରୀ ଅତି ଗୁରୁତ୍ୱ ଦେଉଥିବା ଦର୍ଶାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମଧ୍ୟରେ ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୁବବର୍ଗଙ୍କ ଲୁକ୍କାୟିତ ପ୍ରତିଭାକୁ ସମାଜ ନିର୍ମାଣ ପାଇଁ ଉପଯୋଗ କରି ଏକ ସଶକ୍ତ, ସମର୍ଥ ଓ ସ୍ୱାଭିମାନୀ ଓଡ଼ିଶା ଗଠନ ପାଇଁ ଆଗେଇ ଆସିବାକୁ ଉଭୟ ଅତିଥି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । କ୍ରୀଡ଼ା, କଳା, ସଂସ୍କୃତି, ସାହିତ୍ୟ, ରଙ୍ଗୋଲୀ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରିଥିଲେ । ଅଧ୍ୟାପକ ଅସିତ୍ ମହାନ୍ତି, ରଜନୀକାନ୍ତ ମିଶ୍ର, ଡା.ରାମନାଥ ମହାପାତ୍ର, ରମାକାନ୍ତ ଚିଚୁଆନ, ବିଶ୍ୱନାଥ ନାୟକ, ଗୋଲଖ ସ୍ୱାଇଁ, ଅଧ୍ୟାପିକା ରିତୁ କାଟି ଓ ପ୍ରମିତା ଗୌଡ଼ଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷର ଅଧ୍ୟାପିକା ମନୋରମା ମହାପାତ୍ର ଧନ୍ୟବାଦ ଦେଇଥିଲେ ।