ଲାଲୁ ଓ ତେଜସ୍ୱୀଙ୍କୁ ସମନ ଜାରୀ କଲା ଇଡି

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଇଡି ସମନ ଜାରୀ କରିଛି । ତେଜସ୍ୱୀଙ୍କୁ ଡିସେମ୍ବର ୨୨ ତାରିଖ ଏବଂ ଲାଲୁଙ୍କୁ ଡିସେମ୍ବର ୨୭ରେ ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଚାକିରି ବଦଳରେ ପରିବାର ସଦସ୍ୟଙ୍କ ନାଁରେ ଜମି ନେଉଥିଲେ ।