ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍, ଜଣେ ମୃତ ୩ ଆହତ

ନୟାଗଡ଼,ଏନ୍ଏନ୍ଏସ୍: ଆଜି ଭିତରେ ନୟାଗଡ଼ରେ ୨ଟି ଦୁର୍ଘଟଣା ଘଟିଯାଇଛି। ଆଜି ଭୋରରେ ଏକ ମାଛ ବୋଝେଇ ମିନି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ଆଉ ଏକ ଇଟା ବୋଝେଇ ମିନି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି ଇଟା ବୋଝେଇ ମିନି ଟ୍ରକ୍। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଆହତ ହୋଇଥିବା ସୂଚନା ମିଳିଛି।

ନୟାଗଡ଼ ଜିଲ୍ଲା ସୁନାମୁହିଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶିଖରପୁର ଗାଁରୁ ଇଟା ନେଇ ଟ୍ରକ୍ ଭୁବନେଶ୍ୱର ଯାଉଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଭୟ ସ୍ୱାଇଁ। ୩ ଜଣ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଖଣ୍ଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।