ଆନ୍ଦୋଳନରତ ଚାଷୀଙ୍କ ସପକ୍ଷରେ ଟୁଇଟ କଲେ ହଲିଉଡ ପପ୍ ସିଙ୍ଗର ରିହାନା

ନୂଆଦିଲ୍ଲୀ,ଏଜେନ୍ସି: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ହଲିଉଡର ପପ୍ ସିଙ୍ଗର ରିହାନା। ସିଏନଏନରେ କୃଷି ଆନ୍ଦୋଳନ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସେ ଏହାକୁ ଟୁଇଟ କରି ସମଗ୍ର ବିଶ୍ୱକୁ ସମାଲୋଚନା କରିଛନ୍ତି।

ଦିଲ୍ଲୀରେ ଦୀର୍ଘ ୮୦ ଦିନ ହେଲା ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ୨୬ ତାରିଖ ହିଂସାକାଣ୍ଡ ପରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନସ୍ଥଳର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ବନ୍ଦ କରି ଦିଆଯାଇଛି। ସେହିପରି ଚାଷୀଙ୍କୁ ଅଟକାଇବାକୁ ୧୨ ସ୍ତରୀୟ ବ୍ୟାରିକେଡ କରାଯାଇଛି। ଏ ସମ୍ପର୍କରେ ସିଏନଏନ ଖବର ପ୍ରକାଶ କରିଥିଲା। ଏହାକୁ ନିଜ ଟ୍ୱିଟରେ ଯୋଡ଼ି ରିହାନା ଲେଖିଛନ୍ତି ଯେ “ଆମେ କାହିଁକି ଏ ବିଷୟରେ କଥା ହେଉନାହୁଁ ଏଥିସହି ହ୍ୟାସ ଟ୍ୟାଗରେ ‘ଫାର୍ମର ପ୍ରୋଟେଷ୍ଟ’ ଲେଖିଛନ୍ତି।

ହଲିଉଡର ପପ୍‌ ସିଙ୍ଗର ଓ ଅଭିନେତ୍ରୀ ରହିନାଙ୍କର ଟୁଇଟରରେ ୧୦୦ ମିଲିୟନରୁ ଅଧିକ ଅନୁଗାମୀ ରହିଛନ୍ତି। ସେ ଟୁଇଟ କରିବା ପରେ ରାତି ୧୦ଟା ସୁଦ୍ଧା ଏହାକୁ ୨୮.୮ ହଜାର ଲୋକ ରି-ଟୁଇଟ କରିଥିବା ବେଳେ ୬୩.୬ ହଜାର ଲୋକ ଲାଇକ କରିଛନ୍ତି।