ଦିଲ୍ଲୀରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ମଧ୍ୟପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଭୋପାଳ: ମଧ୍ୟପ୍ରଦେଶର ଟିକମଗଢ଼ରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ମଧ୍ୟପ୍ରଦେଶର ଟିକମଗଢ଼ରେ ଓଲଟି ୨ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଅନେକ ଲୋକ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷମତାରୁ ଅଧିକ ଯାତ୍ରୀ ଯାଉଥିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଘଟଣାସ୍ଥଳରେ ପ୍ରଶାସନ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।