ଦେବଗଡ଼,ଏନ୍ଏନ୍ଏସ୍: ବେଆଇନ ଭାବେ ମହୁଲ ଚୋରା ଚାଲାଣ ସମୟରେ କୁଣ୍ଢେଇଗୋଳା ଥାନା ପୁଲିସ ସୋମବାର ୧୬ଟନ୍ ମହୁଲ ବୋଝେଇ ଥିବା ଟ୍ରକ ଜବତ କରିଵା ସହ ଗାଡ଼ି ଚାଳକ ଓ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଅଞ୍ଚଳର ଗାଡ଼ି ମାଲିକ ଅରୁଣ ଜାଲ (୩୫) ଓ ଚାଳକ କୁଞ୍ଜ ଭୋଇ (୨୪)। ମିଳିଥିବା ରିପୋର୍ଟ ମୁତାବିକ, ରବିବାର ରାତିରେ କୁଣ୍ଢେଇଗୋଳା ଥାନାଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଯାନବାହାନ ଯାଞ୍ଚ କରୁଥିବା ସମୟରେ ଛେଣ୍ଡିପଦା ପଟରୁ କୁଣ୍ଢେଇଗୋଳା ଅଭିମୁଖେ ଏକ ନିଳ ରଙ୍ଗର ଆଇଚର ଟ୍ରକ ଆସୁଥିବାବେଳେ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗାଡ଼ିରେ ଥିବା ୧୬ ଟନ ମହୁଲର କୌଣସି କାଗଜ ପତ୍ର ନଥିବା ଜାଣିବା ପରେ ଟ୍ରକଟିକୁ ଥାନାକୁ ଆଣି ଅଧିକ ପଚରାଉଚୁରା ଆରମ୍ଭ କରିଥିଲେ। ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।