କରୋନା ନେଲା ଆଉ ୫ ଜୀବନ: ସଂଖ୍ୟା ୧୯୫୩କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୫ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ରାୟଗଡ଼ା ଓ କେଉଁଝରରୁ ଜଣେ ଲେଖାଏଁ ଓ ନୂଆପଡ଼ାରୁ ୩ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ କେଉଁଝରରୁ ଜଣେ ୫୨ ବର୍ଷୀୟ ପୁରୁଷ, ରାୟଗଡ଼ାରୁ ୪୭ ବର୍ଷୀୟ ପୁରୁଷ, ନୂଆପଡ଼ାରୁ ଜଣେ ୮୦ ବର୍ଷୀୟ ବୃଦ୍ଧ, ଜଣେ ୬୦ ବର୍ଷୀୟ ବୃଦ୍ଧା ଓ ୩୮ ବର୍ଷୀୟ ମହିଳା ରହିଛନ୍ତି। କରୋନା ବ୍ୟତୀତ ଏମାନେ ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦବହୁଳତାରେ ପୀଡ଼ିତ ଥିଲେ।