ପ୍ରବାସୀ ବସ୍ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୨୦ ଆହାତ

ବାଲେଶ୍ୱର,ଏନ୍ଏନ୍ଏସ୍: ଆଜି ଏକ ପ୍ରବାସୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ପ୍ରବାସୀ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁ ଝାଡି ନିକଟରେ।

ସୂଚନା ଅନୁସାରେ ବସଟି ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ପାଟନା ଯାଉଥିବା ବେଳେ ଜାମ୍ମୁ ଝାଡି ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଜଣେ ଯାତ୍ରୀର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।