ଦେଶରେ ୨୪ ଘଣ୍ଟାରେ ୪୬୫ କରୋନା ଆକ୍ରାନ୍ତ ମୃତ, ୧୫,୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୪ ହଜାର ପାର କରିଛି। ଦିନକ ମଧ୍ୟରେ ଏହି ଭୂତାଣୁରେ ୪୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୧୮୩ରେ ପହଞ୍ଚିଛି। କରୋନାରେ ୧୪ ହଜାର ୪୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷେ ୮୩ ହଜାର ୨୨ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ୨ ଲକ୍ଷ ୫୮ ହଜାର ୬୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।