ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟର ମଧ୍ୟବର୍ତ୍ତୀକାଳୀନ ରାୟ

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ ପରେ ସୋମବାର ଏହାର ରାୟ ଶୁଣାଣି କରାଯାଇଛି। ଶ୍ରୀମନ୍ଦିର ସଂସ୍କାର ମାମଲାର ମଧ୍ୟବର୍ତ୍ତୀକାଳୀନ ରାୟ ଆସିଛି। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ସୁପ୍ରିମକୋର୍ଟର ରାୟ ପ୍ରକାଣ ପାଇଛି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଥିରେ ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯିବ, ୬୦ହଜାର ଭକ୍ତଙ୍କ ପାଇଁ ରହିବାର ବନ୍ଦୋବସ୍ତ କରିବା, ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବା, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ କଲେଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ହୋଇଛି।
ଆମିକସକ୍ୟୁରୀ ଏବଂ ରାଜ୍ୟ ସରକାରଙ୍କ ଷ୍ଟାଟସ ରିପୋର୍ଟକୁ କୋର୍ଟ ତର୍ଜମା କରିବା ପରେ ଆଜି କୋର୍ଟ ପକ୍ଷରୁ ଏହି ଶୁଣାଣି ହୋଇଛି। ଏହି ମାମଲାରେ ଶ୍ରୀ ମନ୍ଦିରର ଅନ୍ୟାନ୍ୟ ୭ଟି ନିଯୋଗ ପକ୍ଷରୁ ପକ୍ଷଭୁକ୍ତ ହେବାକୁ ଆବେଦନ କରାଯାଇଥିବାରୁ ଆଜି ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଦିଲ୍ଲୀରେ ପହଞ୍ଚିଥିଲେ।