କୃଷି ଆନ୍ଦୋଳନରେ ଜୀବନ ହାରିଥିବା କୃଷକଙ୍କ ସ୍ମୃତିରେ ନିର୍ମାଣ ହେବ ମେମୋରିଆଲ

ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ସମ୍ବୋଧନ କରିବା ଅବସରରେ ୩ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ସ୍ୱାଗତ କରିଛନ୍ତି। ଚରଣଜୀତ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ପଦକ୍ଷେପ ସବୁଠୁ ଲମ୍ବା ଓ ଶାନ୍ତିପୂର୍ଣ୍ଣ ସଂଘର୍ଷର ବିଜୟ ଯାହାର ଶୁଭାରମ୍ଭ ପଞ୍ଜାବରୁ ହୋଇଥିଲା। ଅନ୍ନଦାତାଙ୍କୁ ମୁଁ ସଲାମ କରୁଛି। ଏଥିସହିତ ଆନ୍ଦୋଳନ ସମୟରେ ଯେଉଁ କୃଷକମାନେ ପ୍ରାଣ ହରାଇଛନ୍ତି ତାଙ୍କ ସ୍ମୃତିରେ ମେମୋରିଆଲ ନିର୍ମାଣ କରାଯିବ। ମୃତ କୃଷକଙ୍କ ପରିବାରର ଜଣେ ସଦସ୍ୟକୁ ପଞ୍ଜାବ ସରକାର ଚାକିରି ଦେବେ।

ଚରଣଜୀତ ସିଂହ ଚନ୍ନୀ ଆହୁରି କହିଛନ୍ତି ଯେ, ସଂସଦରେ ଯେପର୍ଯ୍ୟନ୍ତି କୃଷି ଆଇନ ରଦ୍ଦ ହୋଇନି ସେପର୍ଯ୍ୟନ୍ତ ଏମାନଙ୍କୁ ବିଶ୍ୱାସ କରିହେବନି। ଆଇନ ଜରିଆରେ ଏମଏସପି ମିଳିବା ଉଚିତ। ନଚେତ୍ ଆମର ବିଶ୍ୱାସ ଭାଙ୍ଗିଯିବ। ପ୍ରଧାନମନ୍ତ୍ରୀ ଏକଥା ପୂର୍ବରୁ ବୁଝିବାର ଥିଲା। ତଥାପି କୃଷି ଆଇନକୁ ଝୁଲାଇ ରଖାଯାଇଛି।