୨୦ କ୍ୱିଣ୍ଟାଲ ଫୁଲରେ ସଜାଯିବ ବଦ୍ରିନାଥ ଧାମ

ଉତ୍ତରାଖଣ୍ଡ: ଭଗବାନ ବଦ୍ରୀନାଥଙ୍କ ଦ୍ୱାର ନଭେମ୍ବର ୨୦ ତାରିଖରୁ ଶୀତକାଳ ପାଇଁ ବନ୍ଦ ରହିବ। ଏଥିସହିତ ଉତ୍ତରାଖଣ୍ଡସ୍ଥିତ ୪ ଧାମ ଯାତ୍ରା ମଧ୍ୟ ସମ୍ପନ୍ନ ହେବ। ବଦ୍ରୀନାଥଙ୍କ ଦ୍ୱାର ବନ୍ଦକୁ ଦେଖିବା ପାଇଁ ହଜାରେ ସଂଖ୍ୟାରେ ତୀର୍ଥଯାତ୍ରୀ ସେଠାରେ ପହଂଚିଛନ୍ତି। ଏହି ଅବସରରେ ବଦ୍ରିନାଥ ମନ୍ଦିରକୁ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯିବ। ହାଡ଼ଭଙ୍ଗା ଶୀତରେ ମଧ୍ୟ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ଶନିବାର ଅପରାହ୍ନ ସୁଦ୍ଧା ହଜାରେ ସଂଖ୍ୟାରେ ତୀର୍ଥଯାତ୍ରୀ ବଦ୍ରୀନାଥ ଧାମ ପହଂଚିବା ନେଇ ଅନୁମାନ କରାଯାଉଛି। ନଭେମ୍ବର ୧୬ ତାରିଖରୁ ହିଁ ଭଗବାନ ବଦ୍ରିନାଥଙ୍କ ଦ୍ୱାର ବନ୍ଦ ହେବା ପ୍ରକିୟା ଆରମ୍ଭ ହୋଇଯାଇଥିଲା।

ସୂଚନାଯୋଗ୍ୟ, ନଭେମ୍ବର ୨୦ ତାରିଖରେ ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ବିଶାଳ ଦ୍ୱାରା ସଂଧ୍ୟା ୬ଟା ୪୫ରେ ବନ୍ଦ ହେବା ପରେ ପୂର୍ବ ଗର୍ଭଗୃହରେ ବିରାଜମାନ କରାଯିବ। ଏଠାରେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀ ଶୀତକାଳରେ ବିରାଜମାନ କରିବେ।