ଏରୋଡ୍ରମ କମିଟିର ବୈଠକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବିମାନ ବନ୍ଦରରେ ଏରୋଡ୍ରମ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିମାନ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହାସହ ବିମାନ ବନ୍ଦରରେ ଯାତ୍ରୀଙ୍କ ସୁରକ୍ଷା, ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରିବା, ଜରୁରୀକାଳୀନ ପରିସ୍ଥିତରେ ମଧ୍ୟ ପ୍ରଥମେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ପ୍ରଦାନ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ସରୋଜ ସାମଲ, ଟିଆରଏଲ କ୍ରୋସାକିର ଡ଼ା. ତାରାପଦ ଦାଶ, ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି, ଆଲୋମଣି ସେଠୀ, ଅଭିଜିତ ଶତପଥୀ ଓ ପ୍ରଦୀପ୍ତ ନାଥ ପ୍ରମୁଖ ଉପସ୍ଥିତ ରହିଥିଲେ।