ଝାରସୁଗୁଡ଼ାରେ ପୁଣି ୧୧ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ପୁଣି ୧୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ, କର୍ମିରା ବ୍ଲକ ଅଞ୍ଚଳ ଓ ବେଲପାହାଡ଼ ପୌରପରିଷଦରୁ ୨ଜଣ ଲେଖାଏଁ, ବ୍ରଜରାଜନଗର ପୌରପରିଷଦ, ଝାରସୁଗୁଡ଼ା, ଲଖନପୁର ଓ ଲଇକେରା ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଆଉ ଜଣେ ବ୍ୟକ୍ତି ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପ୍ରକାଶଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୭୧କୁ ପହଞ୍ଚିଥିବା ବେଳେ ୭,୨୩୩ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୧ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୬ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।