ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବେଳପଡ଼ା ବ୍ଲକ ବିଜେପିର କାର୍ଯ୍ୟକାରୀ ବୈଠକ ବେଳପଡ଼ା ଜୈନ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ସଦସ୍ୟ ଯୁଗଳ କିଶୋର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଓ ଉପସଭାପତି ଶୈଳବାଲା ବାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଦଳକୁ କିପରି ମଜଭୁତ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ କିପରି ପାଳନ କରାଯିବ ସେ ବିଷୟରେ ମୁଖ୍ୟଅତିଥି କନକ ବର୍ଦ୍ଧନ ଉପସ୍ଥିତ ବିଜେପି କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜୋନ ୨୬ ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ, ଉପାଧ୍ୟକ୍ଷ ରୁକୁ ସୁନା, ଜିଲ୍ଲା ସଂଯୋଜକ ଶୋଭକର ମେହେର, ସାଂସଦଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ଦାସ, ବ୍ଲକ ସଭାପତି ଟିକେଶ୍ୱର ମେହେର, ତେଜରାଜ ବେହେରା, ଲଳିତ ମିର୍ଧା ଓ ଫିରୋଜ କୁମାର ବେହେରାଙ୍କ ସହ ବହୁ ସଂଖ୍ୟକ ବିଜେପି କର୍ମୀ ଯୋଗ ଦେଇଥିଲେ ।