ବରିଷ୍ଠ ଅଭିନେତା ମିଥିଲେଶ ଚର୍ତ୍ତୁବେଦୀଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ଅଭିନେତା ମିଥିଲେଶ ଚର୍ତ୍ତୁବେଦୀଙ୍କ ପରଲୋକ ଘଟିଛି । ଆଜି ସକାଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ମିଥିଲେଶଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏନେଇ ମିଥିଲେଶଙ୍କ ଜ୍ୱାଇଁ ଆଶିଷ ଚର୍ତ୍ତୁବେଦୀ ସୂଚନା ପ୍ରଦାନ କରିଛନ୍ତି । ମିଥିଲେଶ ଜଣେ ହୃଦରୋଗୀ ଥିଲେ । ଗତ ୧୦ଦିନ ହେବ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ସୂଚନାଯୋଗ୍ୟ, ମିଥିଲେଶ ଚର୍ତ୍ତୁବେଦୀ ‘ଗଦର-ଏକ ପ୍ରେମ କଥା, କୋଇ ମିଲ ଗୟା, ଫଟା ପୋଷ୍ଟର ନିକଲା ହିରୋ ଓ ରେଡ୍ଡୀ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଥିଏଟର ସହ ଅନେକ ସିରିୟଲରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି ।