ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅସର ଗ୍ରାମପଞ୍ଚାୟତସ୍ଥିତ ଭେଜିପଦର ଗାଁରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ଗାଁର ହେମନ୍ତ ସାହୁ, ଋତୁ ସାହୁ, ସୁଶାନ୍ତ ଚନ୍ଦନ, ମଦନ ସାହୁ, ଗୌର ଭୋଇ, ନବଘନ ସାହୁ, ନେପାଳ ଭୋଇ ଓ ସୁରେନ୍ଦ୍ର ବଗର୍ତ୍ତି ପ୍ରମୁଖ ବେଳଗାଁ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏପରି ଯଦି ବିଦ୍ୟୁତ କାଟ ହେବ ତା’ହାଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସାଙ୍ଗକୁ ବର୍ଷା ଦିନ ହେଉଥିବା ସାପ, ବେଙ୍ଗ, ବିଛୁଆ ଆଦି ଘରକୁ ପଶି ଯାଉଥିବା ମଧ୍ୟ ଅଭିଯୋଗ ହୋଇ । ତେବେ ଆଗାମୀ ଦିନରେ ଯଦି ଏପରି ସମସ୍ୟା ବାରମ୍ବାର ଦେଖାଯାଏ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।