ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। ମାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ନିଆଯାଇଛି। ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ମାର୍କିଂ ମଧ୍ୟ ମାଟ୍ରିକ ଭିତ୍ତିରେ ହେବ। ପରୀକ୍ଷାଫଳ ଓ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ଯେଉଁମାନେ ପରୀକ୍ଷାଫଳକୁ ନେଇ ସନ୍ତୁଷ୍ଟ ନହେବେ ପରେ ପରୀକ୍ଷା ଦେଇପାରିବେ। କରୋନା ସ୍ଥିତି ସ୍ୱାଭାବିକ ହେଲା ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ଜଣାପଡ଼ିଛି।