ମାସ୍କ୍ ଓ ହେଲମେଟ୍ ଚେକିଂ, ୩ ଲକ୍ଷ ଆଦାୟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଟାଉନ୍ ଥାନା ପୁଲିସ ଓ କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀଙ୍କ ଦ୍ୱାରା ମିଳିତ ଭାବେ ଯାନବାହାନ ଚେକିଂ କରି ଜୋରିମାନା ଆଦାୟ କରାଯାଇଥିବା ଟାଉନ୍ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

କୋରାପୁଟ-ସୁନାବେଡା ୨୬ନଂ ଜାତୀୟ ରାଜପଥର ଓଏମପି ନିକଟରେ ଯାଞ୍ଚ କରା ଯାଇଥିଲା। ଟାଉନ୍ ଥାନାର ସବ-ଇନ୍ସପେକ୍ଟର ଚିତ୍ତରଞ୍ଜନ ପ୍ରଧାନୀ, ଯଶୋବନ୍ତ ସେଲମାଙ୍କ ସମେତ ପରିବହନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ଚେକିଂ କରିଥିଲେ। ବାଇକ୍, ସ୍କୁଟି ଚାଳକ ଓ ସହଯାତ୍ରୀ ମାସ୍କ୍ ଓ ହଲମେଟ୍ ପିନ୍ଧି ନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ସଚେତନ କରାଯାଇଥିଲା। ଜୋରିମାନା ବାବଦରେ ୩ ଲକ୍ଷ ୧୩ ହଜାର ଟଙ୍କା ଆଦାୟ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।