ଆଇଏମ୍‌ଏସ୍ ଦୁର୍ନୀତି ଘଟଣା: ହାଇଦ୍ରାବାଦ୍‌ର ୭ଟି ସ୍ଥାନରେ ଇଡିର ଚଢ଼ଉ

ନୂଆଦିଲ୍ଲୀ,ଏଜେନ୍ସି: ଇନସ୍ୟୁରାନ୍ସ ମେଡିକାଲ ସର୍ଭିସ (ଆଇଏମ୍‌ଏସ୍‌) ବିଭାଗରେ ବିଗତ ଦିନରେ ହୋଇଥିବା ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ରବିବାର ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ୭ଟି ସ୍ଥାନରେ ବ୍ୟାପକ ଚଢ଼ଉ କରିଛି। ଇଡି ଏହି ଚଢ଼ଉ ସମୟରେ ନଗଦ ୩ କୋଟି ଟଙ୍କା, ଅନ୍ୟ ସଂପତ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଜବତ କରିଛି। ଇଡିର ଏହି ଚଢ଼ଉ ଶନିବାର ସକାଳ ଠାରୁ ଆରମ୍ଭ ହୋଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଜାରି ରହିଥିଲା।

ବେଆଇନ ଅର୍ଥନୈତିକ କାରବାର ନେଇ ଅଭିଯୋଗ ଆସିଥିଲା। ଅଭିଯୋଗ ଅନୁସାରେ ମେଡିସିନ୍ ଯୋଗାଣ ଓ ମେଡିକାଲ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିଲା। ସେହିପରି ସାମଗ୍ରୀ କିଣିବା ପାଇଁ ଔଷଧର ମିଛ ବିଲ ପ୍ରସ୍ତୁତ କରାଯାଇଥିଲା। ସେହିଭଳି ମେଡିକାଲ ରେକର୍ଡରେ ମଧ୍ୟ ଭୁଲ ତଥ୍ୟ ଦିଆଯାଇଥିଲା। ପ୍ରାୟ ୨୦୦ କୋଟି ଟଙ୍କାର ମେଡିସିନ୍ ଓ ଅନ୍ୟ ସାମଗ୍ରୀ କିଣାଯାଇଥିବା ଅଭିଯୋଗ ହୋଇଥିଲା।