ସାମାଜିକ ଦୂରତା ଅବଳମ୍ବନ ଓ ମାସ୍କ ପରିଧାନ କରି ଅନୁଷ୍ଠିତ ହେଲା ବାହାଘର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରି ବିବାହ, ବ୍ରତ, ସାମୁହିକ ପୂଜାର୍ଚ୍ଚନା, ଜନଗହଳି ଆଦିରେ ରୋକ ଲଗାଇଛନ୍ତି। ଫଳରେ ଝାରସୁଗୁଡା ଜିଲ୍ଲାରେ ଅନେକ ବାହାଘର ସ୍ଥଗିତ ହୋଇରହିଛି। ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ଣରେ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ଅଧିନସ୍ଥ ଛୁଆଲିବେର୍ଣ୍ଣା ଗ୍ରାମରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଏକ ବାହାଘର ଅନୁଷ୍ଠିତ ହୋଇଛି। ଏଥିରେ ରେମାଜା ଗ୍ରାମର ବର ଗିରଧାରୀ ସେଠ ଓ ଛୁଆଲି ବେର୍ଣ୍ଣା ଗ୍ରାମର କନ୍ୟା ରୀତା ବାରିକ, ବରଯାତ୍ରୀ, କନ୍ୟାଘର ଓ ବ୍ରହ୍ମଣ ସମସ୍ତେ ସାମାଜିକ ଦୂରତା ଅବଳମ୍ବନ କରିବା ସହ ମାସ୍କ ପରିଧାନ କରି ବିବାହ କରିଥିଲେ।

ସାଧାରଣତଃ ବାହାଘରରେ ସମ୍ପର୍କୀୟ, ଗ୍ରାମବାସୀ, ବରଯାତ୍ରୀ ଆଦି ଶହ ଶହ ଲୋକ ଏକତ୍ରିତ ହୋଇଥାଆନ୍ତି। ମାତ୍ର ଏହି ବାହାଘରରେ ବର ପକ୍ଷରୁ ବରକୁ ମିଶାଇ କେବଳ ୪ ଜଣ ଓ କନ୍ୟାପକ୍ଷରୁ ମୋଟ ୬ ଜଣ ଉପସ୍ଥିତ ଥିଲେ। ସରାକରଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ଏହି ବାହାଘର ସମ୍ପର୍ଣ୍ଣ ହୋଇଥିଲା। ପୂର୍ବରୁ ସେମାନଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ଫଳରେ ଧାର୍ଯ୍ୟ ଲଗ୍ନରେ ବିବାହ ସମ୍ପନ୍ନ କରିବା ପାଇଁ ସମ୍ପର୍କୀୟଙ୍କୁ ଲକଡାଉନରେ ନିମନ୍ତ୍ରଣ କରି ପାରିନଥିଲେ ମଧ୍ୟ ପୁଅ ଝିଅଙ୍କ ବିବାହ କôରଥିବା ଉଭୟ କନ୍ୟା ଓ ବରପକ୍ଷ କହିଛନ୍ତି।