କରୋନା ଲଢ଼େଇରେ ବିଜୟୀ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ମନର କଥା…

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କରୋନାକୁ ମାତ୍ ଦେଇ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି। ଏହି ଲଢ଼େଇରେ ବିଜୟୀ ହେବା ପରେ ସେ ନିଜର ଅନୁଭୂତିକୁ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ବୋରିସ କହିଛନ୍ତି, ସେ ଯେତେବେଳେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତାଙ୍କୁ ମୃତ ଘୋଷଣା କରିବା ପାଇଁ ଡାକ୍ତର ଏକଦମ୍ ପ୍ରସ୍ତୁତ ଥିଲେ। ସେ ଆହୁରି କହିଥିଲେ କି ମୁଁ ପ୍ରଥମେ ଏହି ରୋଗକୁ ନେଇ ଗମ୍ଭୀର ନଥିଲି, ଲଗାତାର କାମ କରୁଥିଲି। ଏପରିକି ହସ୍ପିଟାଲ ଯିବା ପାଇଁ ପ୍ରସ୍ତୁତ ନଥିଲି କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା କଥା ଡାକ୍ତର କହିବା ପରେ ବାଧ୍ୟହୋଇ ଭର୍ତ୍ତି ହୋଇଥିଲି। ହେଲେ ଏବେ ସେ ନିଜେ ଏହି ରୋଗ ବିରୋଧରେ ଲଢ଼ିବା ସହ ଦେଶର ସ୍ଥିତିକୁ ସୁଧାରିବା ପାଇଁ ଅଧିକ ମଜଭୁତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ବୋରିସ ଏପ୍ରିଲ ୫ରେ ଲଣ୍ଡନସ୍ଥିତ ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ଏପ୍ରିଲ ୧୨ରେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।