ଛତିଶଗଡ଼ର ବିଜାପୁରରେ ୫ଟି ଗାଡିରେ ନିଆଁ ଲଗାଇଲେ ମାଓବାଦୀ

ଋାୟପୁର,ଏଜେନ୍ସି: ଛତିଶଗଡ଼ରେ ଜାରି ରହିଛି ମାଓବଦୀଙ୍କ ବର୍ବରତା। ବିଜାପୁର ନେମଡ ପୁଲିସ ଷ୍ଟେସନ ଅଞ୍ଚଳରେ ପାଣି ଟାଙ୍କି ନିକଟରେ ଜାରି ରହିଛି ମାଓବଦୀଙ୍କ ବର୍ବରତା। ଆଜି ବିଜାପୁର ନେମଡ ପୁଲିସ ଷ୍ଟେସନ ଅଞ୍ଚଳରେ ପାଣି ଟାଙ୍କି ଥିବା ୫ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ।

ଜଣେ ପୋଲିସ କର୍ମୀଙ୍କ ସୂଚନା ଅନୁଯାୟୀ ନେମଡ ପୋଲିସ ଷ୍ଟେସନ ଅଞ୍ଚଳରେ ଆଜି ଅପରାହ୍ନରେ ବିଜାପୁର ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ମିଙ୍ଗାଚାଲ ନଦୀ କୂଳରେ ଏକ ଜଳ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସେହି ସମୟରେ ମାଓବାଦୀ ମାନେ ଏହି ଗାଡି ଗୁଡିକରେ ନିଆଁ ଲଗାଇଛନ୍ତି।