ରାଉରକେଲା,ଏନ୍ଏନ୍ଏସ୍: ଝାଡଖଣ୍ଡ ଚକ୍ରଧରପୁର ଲୋଟା ପାହାଡ ନିକଟରେ ମାଓବାଦୀର ଲାଲବାହିନୀ ବିସ୍ଫୋରଣ କରି ଟ୍ରେନ ଲାଇନକୁ ଉଡାଇ ଦେଇଥିବା ଜଣାପଡ଼ିଛି। ପ୍ରାୟ ୨ ମିଟର ଯାଏ ଟ୍ରେନ ଲାଇନ ବିସ୍ଫୋରଣରେ ନିଷ୍ଟ ହୋଇଯାଇଛି।
ଗତକାଲି ବିଳମ୍ବିତ ରାତ୍ରିରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇ ଥିବା ଅନୁମାନ ହେଉଛି।
ଫଳରେ ମୁମ୍ବାଇ-ହାୱଡା ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଆରପିଏଫ୍ ଓ ଝାଡଖଣ୍ଡ ପୁଲିସ ପହଞ୍ଚି ବିସ୍ଫୋରଣ ହୋଇଥିବା ଅଞ୍ଚଳକୁ ସିଲ କରିବା ସହ ନିକଟ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି।