କୃଷି ଆଇନକୁ ବିରୋଧ କଲା ମାଓ ସଂଗଠନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନକୁ ସମର୍ଥନ କରିଛନ୍ତି ନକ୍ସଲ ପନ୍ଥୀ। ସାମ୍ରାଜ୍ୟବାଦୀ ତଥା ବଡ଼ ନିବେଶକଙ୍କ ଠାରୁ ଦେଶକୁ ଦୂରେଇ ଦେଇଥିବା ମୋଦୀ ସରକାର ଆଣିଥିବା କୃଷି ଆଇନ ବିରୋଧରେ ମାସେ ଧରି ଚାଲିଆସୁଥିବା କୃଷି ଆନ୍ଦୋଳନକୁ ମାଓବାଦୀ ଦଳ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ସୂଚନା ଦେଇଛନ୍ତି। ଏଭଳି ନିଷ୍ପତି ନେଇଛନ୍ତି ଏଓବିଏସଜେଡସି (ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି) ମାଓ ସଂଗଠନ । ଅଭିଯୋଗରେ କୁହାଯାଇଛି ଯେ, ବିଜେପି ଏବଂ ଆରଏସଏସ ଆଇଟି ପ୍ରଫେସନାଲମାନଙ୍କ ସହ ଗଣମାଧ୍ୟମରେ ବହୁ ପରିମାଣରେ ମିଥ୍ୟା ତଥ୍ୟ ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ଆତ୍ମହତ୍ୟା ଏବଂ ସହିଦ ହୋଇ ପ୍ରାଣ ହରାଇଥିବା ୪୦ ରୁ ଅଧିକ କୃଷକଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। କୃଷି ବିପ୍ଳବର ସଫଳତା ପାଇଁ ଗଣତାନ୍ତ୍ରିକ ବିପ୍ଳବର ସଫଳତା ପାଇଁ କୃଷି ସଙ୍କଟ ଦୂର କରିବାର ଆଉ ଏକ ଉପାୟ ଅଛି। ବିପ୍ଳବର ଏକ ଅଂଶ ଭାବରେ ଭାରତ ଗଠନ ପାଇଁ ମାଓବାଦୀ ଦଳର ସେକ୍ରେଟାରୀ ଗଣେଶ ବିବୃତ୍ତିରେ କହିଛନ୍ତି। ଆତ୍ମହତ୍ୟା ଏହାର ସମାଧାନ ନୁହେଁ, ବରଂ ଦେଶରୁ ପୁଞ୍ଜିପତିଙ୍କୁ ହଟେଇବା ଆମର ଲକ୍ଷ୍ୟ ବୋଲି ମାଓ ସଂଗଠନ ପକ୍ଷରୁ ସୂଚନା ମିଳିଛି।