ଝାରସୁଗୁଡ଼ାରେ ପୁଣି ୯ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଆଜି ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରଜରାଜନଗର ପୌରପରିଷଦରୁ ୩ ଜଣ, ଲଇକେରା ବ୍ଲକରୁ ୨ ଜଣ ଓ କିର୍ମିରା ବ୍ଲକରୁ ଜଣେ ରହିଛନ୍ତି। ସେହିପରି ଜିଲ୍ଲାର ଆଉ ୩ଜଣ ଆକ୍ରାନ୍ତ ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଝାରସୁଗୁଡ଼ା, ବେଲପାହାଡ଼ ପୌରପରିଷଦ, ଝାରସୁଗୁଡ଼ା, ଲଖନପୁର, କୋଲାବିରା ବ୍ଲକ ଅଞ୍ଚଳରୁ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଛି। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪ଶହ ୮୮କୁ ପହଞ୍ଚିଥିବା ବେଳେ ୭ ହଜାର ୩ଶହ ୯୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୬ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।