ଝାରସୁଗୁଡ଼ାରେ ନୂତନ ଜିଲ୍ଲା ଏସପିଙ୍କ ଯୋଗଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜି ଝାରସୁଗୁଡ଼ା ଜିଲ୍ଲାର ନୂତନ ଏସପି ଭାବରେ ଓପିଏସ ବିକାଶ ଚନ୍ଦ୍ର ଦାସ ଯୋଗ ଦେଇଛନ୍ତି। ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି । ଏହାପରେ ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀ ଦାସ ଏକ ବୈଠକ କରି ଝାରସୁଗୁଡା ଜିଲ୍ଲାରେ ପୁଲିସ ସେବା ସମସ୍ତଙ୍କୁ ସଠକି ସମୟରେ ଯେପରିି ମିଳିପାରିବ ସେନେଇ ବିଶେଷ ଧ୍ୟାନ ଦେବାପାଇଁ କହିଛନ୍ତି। ଏହାସହ ଅପରାଧିକ କାର୍ଯ୍ୟରେ ଅଙ୍କୁଶ ଲଗାଇ ଜିଲ୍ଲାରେ ଏକ ଉତ୍ତମ ଓ ଭୟମୁକ୍ତ ବାତାବରଣ ତିଆରି କରିବାକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପୂର୍ବତନ ଜିଲ୍ଲା ଏସପି ରାହୁଲ ପିଆର ଯାଜପୁର ଏସପି ଭାବରେ ବଦଳି ହେବାପରେ ଭଦ୍ରକ ଜିଲ୍ଲାରେ ଅତିରିକ୍ତ ଏସପି ଭାବରେ କାର୍ଯ୍ୟ କରୁଥିବା ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡା ଜିଲ୍ଲାର ଏସପି ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି।