ରାଇଘର ବ୍ଲକର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ନବରଙ୍ଗପୁର, ଏନ୍ଏନ୍ଏସ୍: ଉମରକୋଟ ଠାରୁ ରାଇଘର ସଂଯୋଗ କରୁଥିବା ରାଜ୍ୟ ରାଜପଥ ମହୁଭଟ୍ଟା ନିକଟ ଓ ରାଇଘର ବ୍ଲକର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଏବଂ ଲିଫଲେଟ୍ ଦେଖିବାକୁ ମିଳିଛି। ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭୁପେଶ ବଘେଲଙ୍କୁ ବିରୋଧ କରିବା ସହ ଜନ ଯୁଦ୍ଧ କରିବା ପାଇଁ ଯୁବକ ଯୁବତୀଙ୍କୁ ଆହ୍ୱାନ କରାଯାଇଛି। ଜଳ, ଜଙ୍ଗଲ ଓ ଜମି ପାଇଁ ଯୁଦ୍ଧ ଜାରି ରଖିବା ପାଇଁ କୁହାଯାଇଛି। ନୂଆପଡା ଓ ମେନପୁର ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲାଗିଥିବା ଜଣାପଡିଛି।