ଆମ୍ବେଦକରଙ୍କ ଅବଦାନ ଦେଶବାସୀଙ୍କ ପାଇଁ ଚିର ସ୍ମରଣୀୟ : ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସମ୍ବିଧାନ ପ୍ରଣେତା ଡ. ଭୀମ . ରାଓ ଆମ୍ବେଦକରଙ୍କ ୬୪ତମ ତିରୋଧାନ ଦିବସ ଆଜି ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି। ଏହି ଅବସରରେ ବେଦାନ୍ତ ରୋଡ ସୁନାରୀ ମୁଣ୍ଡା ଛକସ୍ଥିତ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତୀ ଓ ବସଷ୍ଟାଣ୍ଡସ୍ଥିତ ଗାନ୍ଧୀମୂର୍ତ୍ତୀରେ ଓ ବିଜେଡି କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଆମ୍ବେକରଙ୍କ ଅବଦାନ ଦେଶବାସୀଙ୍କ ପାଇଁ ଚିର ସ୍ମରଣୀୟ। ଏହି ଅବସରରେ ବିଜୁ ଜନତା ଦଳ ଏସସି ସେଲ ଝାରସୁଗୁଡାର ସଭାପତି ଜୟ ପ୍ରକାଶ କୁଅଁର, ରବି ସିଂ, ତାପସରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ହରିଶ ଗଣତ୍ରା, ତ୍ରିନାଥ ଗୁଏଲ, ପ୍ରଶାନ୍ତ ଜେନା, ଗୌର ସାଗର, ପିଂଟୁ ପାଢୀ, ନରେଶ ସିଂ, ଜାହିଦ ଖୁରେସୀ, ଛବିଳ ସା, ଦାମୋଦର ନାଥ, ପବନ ସିଂ, ଦୀଲିପ ୟାଦବ ପ୍ରମୁଖଙ୍କସହ ଜିଲ୍ଲା ବିଜେଡିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।