ନୂଆପଡ଼ା,ଏନ୍ଏନ୍ଏସ୍: ଅନେକ ଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କୁନ୍ଦେନଝରନ ଗାଁ ପାଟଦରା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମାଓକ୍ୟାମ୍ପ ଠାବ ହୋଇଛି। ନୂଆପଡ଼ା ୨୧୬ ବାଟାଲିୟନ୍ ସିଆରପିଏଫ ପକ୍ଷରୁ କ୍ୟାମ୍ପ ଠାବ କରାଯାଇଛି। ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।
ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଥିବାନେଇ ସିଆରପିଏଫକୁ ସୂଚନା ମିଳିଥିଲା। ସିଆରପିଏଫ ୨୧୬ କମାଣ୍ଡାଣ୍ଟ୍ ରାଜେଶ ବତ୍ସଙ୍କ ନେତୃତ୍ୱରେ ଯବାନମାନେ ବୁଧବାର କୁନ୍ଦେନଝରନ ଗାଁ ପାଟଧରା ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଆରମ୍ଭ କରିଥିଲେ। ସୂଚନାପାଇ କ୍ୟାମ୍ପରୁ ମାଓବାଦୀ ପଳାଇଥିଲେ। ଯବାନମାନେ କ୍ୟାମ୍ପରୁ ୫ଟି ବନ୍ଧୁକ, ୩୬ଟି ଡିଟୋନେଟର, ଗୋଟିଏ ବମ୍ ଗନ୍, ୨୫ଟି ଜିଲେଟିନ୍ ଓ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏଥିସହ ମାଓବାଦୀ ନିତ୍ୟ ବ୍ୟବହାର୍ଯ୍ୟ ବହୁ ଜିନିଷ ମଧ୍ୟ ଜବତ ହୋଇଛି।