ବାରିପଦା,ଏନ୍ଏନ୍ଏସ୍: ସହର ଭିତରେ କାଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରୁଛନ୍ତି ସ୍ଥାନୀୟ ଯୁବକ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅମାନୁଷିକ ଦୃଶ୍ୟ ହେଉଛି ବାରିପଦା ସହର ପ୍ୟାରେଡ଼ ପଡିଆ ସୂର୍ଯ୍ୟ ନିବାସ ନିକଟର।
ଭାଇରାଲ ଭିଡ଼ିଓ ଆଧାରରେ ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମାଡ଼ ମାରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ମୋବାଇଲ ଚୋରି କରିଥିବା ଅଭିଯୋଗରେ ତାଙ୍କୁ ଦଉଡିରେ ବାନ୍ଧି ମାଡ଼ ମାରିଥିଲେ ସ୍ଥାନୀୟ ଲୋକ।
ଟାଉନ ଥାନାର ସବ ଇନସ୍ପେକ୍ଟର ରିତା ବେହେରାଙ୍କ ଅଭିଯୋଗ କ୍ରମେ ସଦର ଥାନା ଶିବଜାମବଣି ଗାଁର ଶିବୁ ବେହେରା ଓ ଟାଉନ ଥାନାର ଶୁନ ଗଡ଼ିଆ ଅଞ୍ଚଳର ହିମତ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହାସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ପୁଲିସ।