ଲୋକସଭାରେ ଆଗତ ହେଲା ‘ଆବଶ୍ୟକ ସୁରକ୍ଷା ବିଧେୟକ ୨୦୨୧’

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି (ଗୁରୁବାର) କେନ୍ଦ୍ର ସରକାର ଲୋକସଭାରେ ‘ଆବଶ୍ୟକ ସୁରକ୍ଷା ବିଧେୟକ ୨୦୨୧’ ଉପସ୍ଥାପନା କରିଛନ୍ତି। ବିଲ ସୁରକ୍ଷା ସମ୍ବନ୍ଧୀୟ ଆବଶ୍ୟକ ହେଉଥିବା ସେବାରେ ସାମିଲ ହେବାସହ ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ, ହରତାଲ, ଧର୍ମଘଟ ଭଳି ପ୍ରସଙ୍ଗ ଉପରେ ରୋକ ଲଗାଇବ। ଅର୍ଥାତ ବିଲ ଆଇନରେ ପରିଣତ ହେଲେ ସୁରକ୍ଷାକର୍ମୀ ସଶସ୍ତ୍ର ଯବାନ କୌଣସି ଧର୍ମଘଟ କରିପାରିବେ ନାହିଁ। ବିଲକୁ ଗୁରୁବାର ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ ଲୋକସଭାରେ ଉପସ୍ଥାପନା କରିଛନ୍ତି।

ବିଲରେ ଥିବା ପ୍ରାବଧାନ ଅନୁସାରେ ଏହା ରାଷ୍ଟ୍ରୀୟ ସୁରକ୍ଷାକୁ ସୁ-ନିଶ୍ଚିତ କରିବ। ଏହାସହ ସୁରକ୍ଷାବଳଙ୍କ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠି ସାମରିକ ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବ। ତେବେ ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ବିଲ ଉପରେ ଆଲୋଚନା ହୋଇପାରିନାହିଁ। ତେବେ ଆଲୋଚନା ହୋଇନଥିବାରୁ ବିଲକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ।