ମାନସ ମଲ୍ଲିକ ନବରଙ୍ଗପୁର ଲୋକସଭା ନେତୃତ୍ୱ ବିକାଶ ମିଶନ ସଂଯୋଜକ ନିଯୁକ୍ତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଭାରତୀୟ ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ମାନସ ମଲ୍ଲିକ ତଥା ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କୁ ନବରଙ୍ଗପୁର ଲୋକସଭା ନେତୃତ୍ୱ ବିକାଶ ମିଶନ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । କଂଗ୍ରେସ ଦଳ ପକ୍ଷରୁ ସମଗ୍ର ଭାରତ ବର୍ଷର ୫୦ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି । ଏହିକ୍ରମେ ଓଡ଼ିଶାର ମାତ୍ର ଗୋଟିଏ ଲୋକସଭା କ୍ଷେତ୍ର ନବରଙ୍ଗପୁରରେ ଆଗାମୀ ଦିନରେ ତୃଣମୂଳସ୍ତରରୁ ମଜଭୂତ କରାଯାଇ ଆଗାମୀ ୨୦୨୪ ନିର୍ବାଚନରେ ବିଜୟ ହାସଲ କରିବାକୁ ସ୍ଥିର କରାଯାଇଛି । ଏଆଇସିସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରୁ ଏନେଇ ସୂଚନା ମିଳିଛି ।

ଆଇନଜୀବୀ ଶ୍ରୀ ମଲ୍ଲିକ ଜଣେ ଜାତୀୟସ୍ତରର ଉଦୀୟମାନ ଯୁବନେତା ଏବଂ ସେ ତାଙ୍କ ଛାତ୍ର ଜୀବନରୁ କଂଗ୍ରେସ ଦଳ ସହିତ ଜଡ଼ିତ ରହି ପ୍ରାୟ୧୪ ଟି ରାଜ୍ୟରେ ଦଳର ବିଭିନ୍ନ ପଦ ପଦବୀରେ ରହି ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ତାଙ୍କର ଏହି ନୂଆ ଦାୟିତ୍ୱରେ ଆଇନଜୀବୀ ଶ୍ରୀ ମଲ୍ଲିକ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସଂଗଠନ ସାଧାରଣ ସମ୍ପାଦକ, କେ.ସି ବେଣୁଗୋପାଳ, ଅନୁସୂଚିତଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିଭାଗର ରାଷ୍ଟ୍ରୀୟ ସଂଯୋଜକ କେ ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଚେଲା କୁମାର, ଏଆଇସିସି ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରଚନ୍ଦନ, ଆଇଏନଟିୟୁସି ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଭୁଜବଳ ମାଝୀ, ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ, ମିନାକ୍ଷୀ ବାହିନୀପତି, ମାଲକାନାଗିରି ଡିସିସି ସଭାପତିଙ୍କ ସମେତ ନବରଙ୍ଗପୁର ଲୋକସେବା କ୍ଷେତ୍ରର ସମସ୍ତ ବରିଷ୍ଠ ତଥା ଯୁବ ଛାତ୍ର ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।