ନବ ଦାସ ହତ୍ୟା ମାମଲାରେ ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ସାଲୁଜା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ୱର୍ଗତଃ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟୋଗଳ ଥମିବାର ନାଁ ନେଉନାହିଁ । ଏହି ପରିପ୍ରେକ୍ଷୀରେ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବୀ କରିଛନ୍ତି । ସାଲୁଜା କହିଛନ୍ତି ଯେ, ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ କିଛି ସୁରାକ ପାଉନଥିବାରୁ ତା’ ଉପରେ ଆଉ ଭରସା ନାହିଁ । ରାଜନୈତିକ ନା ବ୍ୟବସାୟିକ ଉଦ୍ଦେଶ୍ୟରେ ହତ୍ୟା ହୋଇଛି ତାହା ଜଣାପଡ଼ିବା ଉଚିତ । ନବଙ୍କ ସାମ୍ରାଜ୍ୟ ଦଖଲ କରିବା ପାଇଁ ସୁଶାନ୍ତ ସିଂ ଓ ନବଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ଚାଲିଛି ।