ଗାଳ୍ପିକା ଯାଜ୍ଞସେନୀ ସାହାଙ୍କ ’କେସିଙ୍ଗା ବିଦ୍ୟାପୀଠରୁ ମସୁରୀ’ ଉନ୍ମୋଚିତ

କେସିଙ୍ଗା,ଏନ୍‌ଏନ୍ଏ‌ସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠ ପରିସରରେ ଏକ ସୁନ୍ଦର ପରିବେଶରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ଲେଖିକା ତଥା ଗାଳ୍ପିକା ଯାଜ୍ଞସେନୀ ସାହାଙ୍କ ପୁସ୍ତକ ’କେସିଙ୍ଗା ବିଦ୍ୟାପୀଠରୁ ମସୁରୀ’ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ରାସବିହାରି ବେହେରାଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିଲେ କୁଳ ସଚିବ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଡ. ନୃପରାଜ ସାହୁ। ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ ରାଜ୍ୟ ପ୍ରକଳ୍ପ ଅଧିକାରୀ (ଓସେପା) ଅନୁପ ସାହା, ଡେପୁଟି ଆର୍‌ଓସି ଓଡ଼ିଶା କଟକ ତୃପ୍ତି ଶର୍ମା ପୁସ୍ତକ ଲେଖିକା ଶ୍ରୀମତୀ ଯାଜ୍ଞସେନୀ ସାହା, ନବଦିଗନ୍ତର ପ୍ରକାଶକ ବିଭୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଏଠାରେ ପ୍ରକାଶଥାଉ କି ଗାଳ୍ପିକା ଯାଜ୍ଞସେନୀ ସାହା ଏହାର ଆଗରୁ ୩ଟି ପୁସ୍ତକ ରଚନା କରିଛନ୍ତି ସେ ଗୁଡିକ ହେଲା- ଶାମୁକାର ସ୍ଵପ୍ନ, ମାଟିରୁ ଆକାଶ ଓ ଚିଠି ପ୍ରଭୃତି ରଚନା କରି ବେଶ୍ ଚର୍ଚ୍ଚାରେ ଆସିବା ସହିତ ପାଠକମାନଙ୍କ ମନକୁ ଛୁଇଁଥିଲା। କେସିଙ୍ଗାର ଗର୍ବ ଓ ଗୌରବ ଆଇଏଏସ୍‌ ଅନୁପମ ସାହା କିପରି ସରକାରୀ ବିଦ୍ୟାପୀଠ ସ୍କୁଲରୁ ପାଠପଢି ଓଡ଼ିଶା ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ବିଭାଗ ରାଜ୍ୟ ପ୍ରକଳ୍ପ ଅଧିକାରୀ ହୋଇପାରିଛନ୍ତି ତାହା ବର୍ଣ୍ଣିତ ଅଛି। ଏହାର ପ୍ରେରଣାରେ ଅନେକ ମଧ୍ୟବିତ୍ତ ପରିବାର ପ୍ରେରଣା ପାଇ ନିଜର ପରିବାର ତଥା ଜିଲ୍ଲା ଓ ରାଜ୍ୟକୁ ଗୌରବ ଆଣିବେ ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ଏନ୍ଏ‌ସି ଅଧ୍ୟକ୍ଷ ନୃପରାଜ ଯାଦବ, ଏନ୍ଏ‌ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କିରଣ ବେହେରା, ଅନୁପ ସାହାଙ୍କ ଅଜା ଭୁବନେଶ୍ୱର ସାହା, ବାପା ଡ. ହେମସାଗର ସାହା, ଡ. ଗୁଣସାଗର ସାହା ଅଞ୍ଚଳର ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ମଞ୍ଚରେ ଅତିଥି ପରିଚୟ ପ୍ରଦାନ ରମେଶ କୁମାର ଜେନା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଡ. ଗୀତା ଶ୍ରୀ ପ୍ରିୟମ୍ବଦା ଓ ସହଯୋଗ କରିଥିଲେ ରୁବି ଚୌଧୁରୀ। ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା।