ମଣିପୁର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ମଣିପୁର,ଏଜେନ୍ସି: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଆଜି ସୋସିଆଲ ମିଡିଆରେ ଜଣାଇଛନ୍ତି। ସିଂ ତାଙ୍କ ଟ୍ୱିଟରରେ ନିରାକରଣ ବିଷୟରେ ସୂଚନା ଦେବା ସହିତ ଅନ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ତେଣୁ ଗତ କିଛିଦିନ ମଧ୍ୟରେ ଯେଉଁମାନେ ମୋ ସମ୍ପର୍କରେ ଅସିଛ ସେମାନେ ନିଜର କୋଭିଡ ଟେଷ୍ଟ କରାଇନେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।