ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ, ଆଜି ସ୍ଥିତିର ସମୀକ୍ଷା କରିବେ ଅମିତ ଶାହା

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଅମିତ ଶାହ ଦିଲ୍ଲୀରେ କରୋନା ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ସନ୍ଧ୍ୟା ୭ଟାରେ ନର୍ଥ ବ୍ଲକରେ ଏହି ବୈଠକ ଡାକିଛନ୍ତି। ଏହି ବୈଠକରେ ଡଃ ହର୍ଷବର୍ଦ୍ଧନ, ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଉପସ୍ଥିତ ରହିବେ।

ସୂଚନାନୁଯାୟୀ, ଦିଲ୍ଲୀରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୭ ହଜାର ୩୪୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୬ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଦିଲ୍ଲୀରେ ଏଯାବତ୍ ୭ ହଜାର ୫୧୯ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୪୪ ହଜାର ୪୫୬ ସକ୍ରିୟ ସଂକ୍ରମିତ ଅଛନ୍ତି।