ମଣିପାଲ ଇନଷ୍ଟିଚ୍ୟୁଟ କ୍ୟାମ୍ପସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା: ୫୯ କରୋନା ମାମଲା ଚିହ୍ନଟ

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଉଡ୍ଡୁପୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣିପାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି କ୍ୟାମ୍ପସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି କ୍ୟାମ୍ପସର ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଫଳରେ ଏହି ଇନଷ୍ଟିଚ୍ୟୁଟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ୨ ସପ୍ତାହ ପର୍ଯ୍ୟନ୍ତ ପଦାକୁ ଆସିପାରିବେ ନାହିଁ। ଜିଲ୍ଲା ପ୍ରଶାସନ ପୁଣି ଥରେ ସେଠାରେ ରହୁଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଇବ।

ସୂଚନା ଅନୁସାରେ ଗତ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଏହି ଇନଷ୍ଟିଚ୍ୟୁଟରୁ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ଟି ମାମଲା ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ବେଳେ ଆସନ୍ତା ୧୬ ତାରିଖରେ ୨୫ଟି ମାମଲା ଚିହ୍ନଟ ହୋଇଥିଲା।

ଏହି କଣ୍ଟେନମେଣ୍ଟ ଜୋନ ଭିତରକୁ କେବଳ ଜରୁରୀ ଷ୍ଟାଫଙ୍କୁ ଯିବାକୁ ଅନୁମତି ଦିଆଯାଇଛି।