ଭାରତୀୟ ରେଳବାଇର ଚାରିଧାମ ଯାତ୍ରା ପ୍ୟାକେଜ

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରଦ୍ଧାଳୁଙ୍କ ଚାରିଧାମ ଯାତ୍ରା ଏବେ ହେଲା ଆହୁରି ସହଜ। ଏଥିରେ ଭାରତୀୟ ରେଳବାଇ ମଧ୍ୟ ସାହାଯ୍ୟ କରିବ। ହିମାଳୟର ଛୋଟ ଚାରିଧାମ ଯାତ୍ରା ପାଇଁ ଏକ ଭାରତୀୟ ରେଳବାଇ ଏକ ପ୍ୟାକେଜ ଘୋଷଣା କରିଛି। ଏହାଦ୍ୱାରା ଶ୍ରଦ୍ଧାଳୁମାନେ ଛୋଟ ଚାରିଧାମ (କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ)ଙ୍କ ଦର୍ଶନ ସହଜରେ କରିପାରିବେ। ଏନେଇ ଆଇଆରସିଟିସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ଜାଣନ୍ତୁ କ’ଣ ଏହି ପ୍ୟାକେଜ:
ଏହି ପ୍ୟାକେଜରେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପିଛା ୪୦,୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ସେମାନେ ୧୦ ରାତି ଓ ୧୧ ଦିନ ଯାତ୍ରା କରିବେ। ଏହି ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ସମସ୍ତ ଖାଇବା ଓ ରହିବା ବ୍ୟବସ୍ଥା ଭାରତୀୟ ରେଳବାଇ ତରଫରୁ ହେବ। ଏହି ଯାତ୍ରା ହରିଦ୍ୱାରରୁ ଆରମ୍ଭ ହେବ। ଏନେଇ ଯାତ୍ରୀମାନେ ଆଇଆରସିଟିସି ୱେବସାଇଟରୁ ତଥ୍ୟ ସଂଗ୍ରହ ଓ ବୁକିଂ କରିପାରିବେ।

ସୂଚନା ଅନୁସାରେ ବଦ୍ରିନାଥ, ଦ୍ୱାରକା, ଜଗନ୍ନାଥ ଧାମ ପୁରୀ ଓ ରାମେଶ୍ୱରକୁ ଭାରତର ଚାରିଧାମ କୁହାଯାଇଥାଏ। ସେହିପରି ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ଛୋଟ ଚାରିଧାମ କୁହାଯାଇଥାଏ।