ମଧ୍ୟାହ୍ନ ୧୨ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଷଷ୍ଠ ଦିନରେ ବି ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ମଣ୍ଡି ସମସ୍ୟା ଓ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଲାଗି ରହିଛି। ସମାନ ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ପ୍ରବଳ ହୋହାଲ୍ଲା ଯୋଗୁଁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଆଜି ବିଧାନସଭାରେ ବଦଳିଲା ଶାସକ ଦଳର ବିରୋଧ। ଗୃହ ମଧ୍ୟ ଭାଗକୁ ନଆସି ନିଜ ନିଜ ଆସନରେ ଛିଡା ହୋଇ ଦୋହରାଇଲେ ଦାବି। ଅନ୍ୟପଟେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ଗର୍ଜନ କରିଥିଲେ।

ଆଜି ବିଧାନସଭାରେ ଉପସ୍ଥିତ ରହିବାକୁ ହୁଇପ ଜାରି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଅଧିବେଶନ ସମୟରେ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୃହରେ ସବୁ ବିଧାୟକ ଉପସ୍ଥିତ ରହିବାକୁ ହୁଇପ ଜାରି ହୋଇଛି। ଯଦି କୌଣସି ଯଥାର୍ଥ କାରଣ ନ ଦର୍ଶାଇ ବିଧାୟକ ଅନୁପସ୍ଥିତ ରୁହନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ହୁଇପରେ ଦର୍ଶାଯାଇଛି।