ପଶ୍ଚିମବଙ୍ଗ: ଦେଶରେ ବିରୋଧୀ ଏକଜୁଟତାକୁ ନେଇ ଜାରି ରହିଥିବା ଚର୍ଚ୍ଚା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ବୟାନ ଦେଇଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ୨୦୨୪ରେ ପଶ୍ଚିମଙ୍ଗରୁ ହିଁ ବିଜେପିର ପରାଜୟ ଧାରା ଆରମ୍ଭ ହେବ । ଆମେ ସମସ୍ତେ ଏକତ୍ରିତ ଅଛୁ । ଏବେ ଅଖିଳେଶ ଯାଦବ, ନୀତିଶ କୁମାର ଓ ହେମନ୍ତ ସୋରେନ ମଧ୍ୟ ସାଥୀରେ ଅଛନ୍ତି । ଯେଉଁମାନେ ୨୭୫-୩୦୦ ସିଟକୁ ନେଇ ଗର୍ବ କରୁଛନ୍ତି ସେମାନେ ମନେ ରଖିବା ଦରକାର ରାଜୀବ ଗାନ୍ଧୀଙ୍କ ପାଖରେ ୪୦୦ ସିଟ ଥିଲା । ଏମାନେ ଯେଉଁ ୩୦୦ ସିଟ କଥା କହୁଛନ୍ତି ତାଙ୍କୁ ୫ ରାଜ୍ୟରେ ୧୦୦ ସିଟର ଝଟକା ଲାଗିବ ।
ମମତା ବାନାର୍ଜୀ ନୂଆ ନାରା ଦେଇ କହିଛନ୍ତି ଯେ, ‘ଆଉ ଦରକାର ନାହିଁ ବିଜେପି ସରକାର ।’ ଇଡି, ସିବିଆଇ ଓ ଆୟକର ବିଭାଗ ବଳରେ ଡରାଉଥିବା ଲୋକଙ୍କ ଉପରେ ଜତାଙ୍କ ସରକାର ହିଁ ପ୍ରକୃତ ଫଇସଲା ଶୁଣାଇବ ।